ସୋର,(ଏସ୍ ନ୍ୟୁଜ୍): ଏକ ଅଭାବାନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଘଟିଛି । ପ୍ରେମରେ ବିଫଳ ହୋଇ ଗୋଡ ହରାଇଲେ ପ୍ରେମିିକ । ଖାଲି ସେତିକି ନୁହେଁ, ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏହି ଯୁବକ ଜଣଙ୍କ । ଟ୍ରେନ୍ ଲାଇନ୍ରେ ଶୋଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ହେଲେ ଅଳ୍ପକେ ବର୍ତିଗଲେ ଯୁବକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ୍ ନିକଟରେ । ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, ପ୍ରେମରେ ବିଫଳ ହେବାରୁ ଟ୍ରେନ୍ ଲାଇନ୍ରେ ଶୋଇ ଜଣେ ଯୁବକ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର କମଳ ନାୟକ(ଛଦ୍ମନାମ) । ସେ ପ୍ରେମରେ ବିଫଳ ହେବାରୁ ସୋର ରେଲୱେ ଷ୍ଟେସନ୍ ଠାରୁ କିଛି ଦୂରରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ମନୋଜ ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ଆସିବାରୁ ଭୟରେ ଉଠି ୌଡି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟ୍ରେନ୍ଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି ।