ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ନବୀନଙ୍କ ଗେହ୍ଲାପୁଅ

ନାର୍କୋ ଟେଷ୍ଟ ଅବସରରେ ଅଭିଯୁକ୍ତ ଗୋପାଳ ଦାସ ଚେତା ….

ଭୁବନେଶ୍ୱର: ଶୁଣିବାକୁ ମିଳୁଛି, ନାର୍କୋ ଟେଷ୍ଟ ଅବସରରେ ଅଭିଯୁକ୍ତ ଗୋପାଳ ଦାସ ଚେତା ହରାଇ ପଡ଼ିଥିଲେ । ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ ଡାକ୍ତରମାନଙ୍କୁ ବେଶ କିଛି ସମୟ ଲାଗିଥିଲା । ନବଦାସଙ୍କୁ ମାରିବା ପରଠାରୁ ଗୋପାଳ ଦାସଙ୍କର ପ୍ରତିଟି ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ରାଜ୍ୟବାସୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ଜଣେ ଟାଣୁଆ ମନ୍ତ୍ରୀଙ୍କୁ ମାରିଥିବାରୁ ସବୁ ଗଣମାଧ୍ୟମ ମାପିଚୁପି ଖବର ପ୍ରସାରଣ କରୁଛନ୍ତି । କିଛି ଗଣମାଧ୍ୟମ ନବୀନବାବୁଙ୍କ ଧଳା ପୋଷାକରେ ଦାଗ ଲଗାଇବାକୁ ଡରୁଛନ୍ତି । ମମିତା ମେହେର ମାମଲାରୁ ବିଜେଡିକୁ ମୁକ୍ତ କରିବା ପାଇଁ ଗୋବିନ୍ଦ ସାହୁକୁ ମାରି ଦିଆଗଲା ବୋଲି ଲୋକମାନେ ଆଲୋଚନା କରୁଛନ୍ତି ।

ମାତ୍ର ନବଦାସଙ୍କ ମାମଲାରେ ଗୋପାଳଦାସକୁ ସୁପାରି ଦିଆଯାଇଥିବା କଥା କିଛି ସୋସିଆଲ ମିଡିଆ ପ୍ରଚାର କରୁଛନ୍ତି । କିନ୍ତୁ ଥୋକେ ଲୋକ ତାକୁ ବିଶ୍ୱାସ କରୁନାହାନ୍ତି । ନବଦାସଙ୍କୁ ମାରିବା ପାଇଁ ସୁପାରି ଦେଇଥିବ କିଏ? ଏଇ ଆଶଙ୍କା ଭିତରୁ ନବୀନବାବୁ ମଧ୍ୟ ବାଦ୍‌ ପଡୁନାହାନ୍ତି । କ୍ଷମତା ଲୋଭରେ ମଣିଷ କିଛି ନାକିଛି କରିପାରେ ।

ମମିତା ମେହେର ମାମଲା ଥଣ୍ଡା ପଡ଼ିଯିବା ପରେ ଗୋବିନ୍ଦ ସାହୁକୁ ମାରି ଟଙ୍ଗାଇ ଦିଆଗଲା । ନବଦାସ ମାମଲା ଥଣ୍ଡା ପଡ଼ିବା ପରେ ଗୋପାଳ ଦାସକୁ ମାରିଦେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବୁମେରାଂ ହେବ । ଏମିତି ତ ଜଣେ ପୁଲିସ କର୍ମଚାରୀ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ହଲାପଟା କରୁଛନ୍ତି ସବୁ ବିରୋଧୀ । ପୁଲିସ ବିଭାଗର ଏକମାତ୍ର କାଢ଼ୁଆ ଆଇପିଏସ୍‌ ଅରୁଣ ବୋଥ୍ରା ହିଁ ନବୀନବାବୁଙ୍କ ଧଳା ପୋଷାକରୁ ନବଦାସଙ୍କ ହତ୍ୟା ରକ୍ତଛିଟାକୁ ଧୋଇପାରିବେ ।