ସେପ୍ଟେମ୍ବର ୧ ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ।

ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ। ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେଟର ପ୍ରାଇଭେଟ ମେମ୍ବର୍ସ ବିଜନେସ ପାଇଁ ଧାର୍ଯ୍ୟ ହୋଇଛି। ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡ଼ିଏ ବିଲ୍‌ ଗୃହରେ ପାରିତ ହୋଇପାରେ। ତେବେ