ବହୁ ଚର୍ଚ୍ଚିତ ନୟାଗଡ ନାବାଳିକ ପରି ମୃତ୍ୟୁ ମାମଲା, ହାଇକୋର୍ଟ ଯିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କୁନି ଝିଅ ପରୀ ହତ୍ୟା ପରେ ପୁରା ରାଜ୍ୟରେ ଚାଚଂଲ୍ୟ ଖେଳାଇ ଦେଇଥିଲା ଏହି ମାମଲା । ବହୁ ଚର୍ଚ୍ଚିତ ନୟାଗଡ ନାବାଳିକ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ପୁଣି ଥରେ ହାଇକୋର୍ଟକୁ ଫେରିବାକୁ ଯାଉଛି ମାମଲା । ଏହାପରେ ଘଟଣାର ଏସଆଇଟି ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ମାତ୍ର ପରୀର ପରିବାର ଲୋକ ଏସଆଇଟି ତଦନ୍ତ ଓ ରାଜ୍ୟସରକାରଙ୍କ ସମସ୍ତ ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କହିଥିଲେ । ସେହି ସମୟରେ ପରୀମୃତ୍ୟୁ ମାମଲା ହାଇକୋର୍ଟରେ ରହିଥିଲା । ମାତ୍ର ପରୀର ପରିବାର ଲୋକ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରୀର ମା’ ପ୍ରଥମେ ରିଟ୍ ପିଟିସନ୍ ଓ ସ୍ପେଶାଲ ଲିଭ୍ ପିଟିସନ୍ ଆବେଦନ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ପୁଣି ଥରେ ହାଇକୋର୍ଟ ଯିବାକୁ ପରୀର ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟ ପ୍ରକୃତ ଦୋଷୀକୁ କଡାରୁ କଡା ଦଣ୍ଡ ଦେବା ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ପରୀର ପରିବାର ଲୋକଙ୍କୁ କହିଛନ୍ତି ।