ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୬୭କୁ ବୃଦ୍ଧି:୧୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର (ଏସ୍ ନ୍ୟୁଜ): ଗୁରୁବାର ରାଜ୍ୟରୁ ଆଉ ୧୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୬୭କୁ ବୃଦ୍ଧି ପାଇଛି ।ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୩, ପୁରୀରୁ ୨୦, ସମ୍ବଲପୁରରୁ ୧୯, ଅନୁଗୋଳରୁ ୧୩, ଯାଜପୁରରୁ ୮, ବରଗଡ଼ରୁ ୬, ଭଦ୍ରକରୁ ୫, କେନ୍ଦୁଝର ଓ ନୂଆପଡାରୁ ୪ ଜଣ ଲେଖାଁଏ, ବଲାଙ୍ଗୀର, କଟକ ଓ ଦେବଗଡରୁ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ସେହିପରି ଜଗତସିଂହପୁର, ଝାରସୁଗୁଡା ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଁଏ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, ବାଲେଶ୍ବର, ବୌଦ୍ଧ, କଳାହାଣ୍ଡି ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୬୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।