ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ବର୍ଷାଦିନ ଆସିଲେ ଡେଙ୍ଗୁ ସଂକ୍ରମଣ ସଂକ୍ୟା ବଢିଥାଏ । ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମ ଥିବା ଲୋକଙ୍କୁ ହିଁ ଡେଙ୍ଗୁ ପ୍ରଭାବିତ କରିଥାଏ । ତେଣୁ ଏହି ସମୟରେ ପ୍ରତିଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍ । ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ, ଯାହା ଡେଙ୍ଗୁ ଜ୍ୱରକୁ ପ୍ରତିରୋଧ କରିପାରିବ ।

ଖଟା ଫଳ : ଆଣ୍ଟିଅକ୍ସିଡାଣ୍ଟରେ ଭରା ଖଟାଫଳ । ବିଭିନ୍ନ ଖଟା ଫଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଭିଟାମିନ୍-ସି ଶ୍ୱେତ ରକ୍ତକଣିକାର ଉତ୍ପାଦନ ବଢ଼ାଇବା ସହ ବିଭିନ୍ନ ରୋଗ ସହ ଲଢ଼ିବାକୁ ଶକ୍ତି ଦେଇଥାଏ ।

ପାଳଙ୍ଗ : ଆଇରନରେ ଭରପୂର ପାଳଙ୍ଗ । ତେଣୁ ଶରୀରରକୁ ଭରପୂର ଆଇରନ୍ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଅଦା ରସୁଣ : ଅଦା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗଳା ଦରଜ କମ୍ କରିବା ସହ ଡେଙ୍ଗୁ ଜ୍ୱରର ଲକ୍ଷଣକୁ କମ୍ କରିଥାଏ । ସେହିପରି ରସୁଣ ମଧ୍ୟ ସଂକ୍ରମଣ ସହ ଲଢ଼ିବାରେ ବେଶ୍ ପାରଙ୍ଗମ । ଏଥିରେ ଆଣ୍ଟିଫଙ୍ଗାଲ୍ ଓ ଆଣ୍ଟିବ୍ୟାକ୍ଟେିରଆଲ୍ ଗୁଣ ରହିଛି । ରସୁଣରେ ଥିବା ସଲଫର୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।

ଦହି : ଦହି ଏକ ଶକ୍ତିଶାଳୀ ପ୍ରୋବାୟୋଟିକ୍, ଯାହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଏ । ତେଣୁ ଇମ୍ୟୁନିଟିକୁ ବଢାଇବା ପାଇଁ ନିୟମିତ ଦିନର ଯେକୌଣସି ସମୟରେ ସତେଜ ଦହି ଖାଇପାରିବେ । ଏହା ହଜମ ପ୍ରକ୍ରିୟାରେ ସୁଧାର ଆଣେ ।

ଆଲମଣ୍ଡ : ଏହା ଏକ ସୁସ୍ଥ ବିକଳ୍ପ । ଆଲମଣ୍ଡରେ ଥିବା ଭିଟାମିନ୍-ଇ’ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଦିନକୁ ମାତ୍ର ୫/୬ଟି ଆଲମଣ୍ଡ ହୃଦୟକୁ ସୁସ୍ଥ ରଖେ ।

ହଳଦୀ : ହଳଦୀକୁ ‘ସୁବର୍ଣ୍ଣ ମସଲା’ ବୋଲି ମଧ୍ୟ କୁହାଯାଏ । କାରଣ ଏହା ଔଷଧୀୟ ଗୁଣରେ ଭରା । ଏଥିରେ ଆଣ୍ଟି-ଇନ୍ଫାମେଟୋରୀ ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ । ହଳଦୀ କେବଳ ମସଲା ଭାବେ ନୁହେଁ, ଏହାକୁ ଅନ୍ୟ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଯେପରିକି ହଳଦୀ-କ୍ଷୀର ପିଇପାରିବେ ।