ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଓଡ଼ିଶା ଶାଖାର ଆଞ୍ଚଳିକ ପରିଚାଳକ ବିକ୍ରମଜିତ ଭୌମିକ ଗିରଫ ହୋଇଛି। ତାଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଭୌମିକଙ୍କୁ ଗିରଫ କରି ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି।
ଏହି ମାମଲାରେ ୨୦୨୧ରେ ଜାନୁଆରି ୧୫ରେ ରୋଜଭ୍ୟାଲିର ମୁଖ୍ୟ ଗୌତମକୁଣ୍ଡୁଙ୍କ ସ୍ତ୍ରୀକୁ ଗିରଫ କରାଯାଇଥିଲା। ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା। ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି। ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟମରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା। ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା।
Prev Post