ଭୁବନେଶ୍ୱର ତା ୨.୬- ଓଡ଼ିଶାର ଜଣେ ବରିଷ୍ଠ ରାଜନୈତିକ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବିଜୟଶ୍ରୀ ବାବୁ ମୋର ଅନ୍ତରଙ୍ଗ ବନ୍ଧୁଥିଲେ । କରୋନା ରୋଗରେ ପୀଡ଼ିତ ହୋଇ ବିଜୟଶ୍ରୀ ବାବୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ବିୟୋଗ ମୋତେ ମର୍ମାହତ କରିବା ସହ ଦୁଃଖ ଦେଇଛି । ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଜଣେ ବଂଧୁବତ୍ସଳ, ମିଷ୍ଟଭାଷୀ, ଭଦ୍ର, ପରୋପକାରି ତଥା ବାସ୍ତବବାଦୀ ନେତା ଭାବେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ପରିଚିତ ଥିଲେ ।
ଦୀର୍ଘ ବର୍ଷ ଧରି ସ୍ୱର୍ଗତ ବିଜୟଶ୍ରୀ ବାବୁ ରାଜନୀତିରେ ରହି ୬ଥର ଭଦ୍ରକ ଜିଲ୍ଲାରୁ ବିଧାୟକ ହୋଇ ରାଜ୍ୟର ପର୍ଯ୍ୟଟନ ଓ ସଂସ୍କୃତି, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଅନେକଗୁଡ଼ିଏ ଜନମଙ୍ଗଲ କାର୍ଯ୍ୟ କରିଯାଇଛନ୍ତି । ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଜନମାନସରେ ସଦାସର୍ବଦା ରହିବେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି । ସ୍ୱର୍ଗତ ରାଉତରାୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର
ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।