ସାପ କବଳରୁ ପରିବାରକୁ ବଞ୍ଚାଇବା ପାଇଁ ଯାଇ ପୋଷା କୁକୁରର ଜୀବନ ଚାଲିଗଲ

ଆଠଗଡ, ଏସ୍‌ ନ୍ୟୁଜ୍‌ : ଆଠଗଡ ସ୍ଥିତ ଅଶୋକନଗର ପବିତ୍ର କୁମାର ମହାପାତ୍ରଙ୍କ ଘର ଭିତରକୁ ଏକ ବୋଡା ସାପ ପଶି ଆସିଥିବା ବେଳେ ନିଜର ପୋଷା କୁକୁର ପାଇଁ ପରିବାର ବଞô୍ଚଗଲା ସତ କିନ୍ତୁ କୁକୁରଟିର ଜୀବନ ଚାଲିଗଲା । ଘଟଣାରୁ ପ୍ରକାଶ ଯେ, ମହାପାତ୍ରଙ୍କ ଘର ଭିତରକୁ ଏକ ବିଷଧର ସାପ ପଶିଆସିଥିଲା । ପୋଷା କୁକୁର ବୋଡା ସାପକୁ ଦେଖି ଭୁକିବା ସହ ମାଲିକ ପରିବାରଙ୍କୁ ବିଷଧର ସାପ କବଳରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସାପ ସହ ଦୀର୍ଘ ୨୦ ମିନିଟ ପାଖାପାଖି ଲଢେଇ କରିବା ସହ ଘର ଭିତରକୁ ଛାଡି ଦେଇନଥିଲା । ପରିବାର ଲୋକ ମଧ୍ୟ ଏହି ଘଟଣା ଦେଖି ସାପ ଧରାଳିଙ୍କୁ ଖବର ଦେଇଥିଲେ । ସାପ ଧରାଳି ପହଞô୍ଚ ଲଢେଇ ମଝିରେ ପଶି ସାପଟିକୁ ଧରିଥିଲା । କିନ୍ତୁ ସେତେବେଳକୁ କୁକୁରଟି ସାପ ଆକ୍ରମଣରେ ପେଟ ଗୋଡ ସହ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଆହତ କୁକୁରର ଚିକିତ୍ସା ପାଇଁ ଆଠଗଡ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିବା ବେଳେ ଜରୁରୀ କାଳୀନ ସେବା ଦେବା ପାଇଁ କୌଣସି ଡାକ୍ତର କିମ୍ବା କର୍ମଚାରୀ ନଥିବାରୁ ତୁରନ୍ତ କଟକ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ହେଲେ କୁକୁରଟିର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ହୋଇଥିଲା ।

୩ଫୁଟର ବୋଡ଼ା ସାପ ଘର ଭିତରକୁ ପସିବାକୁ ଚେଷ୍ଟା କରିଥିଲା । ହେଲେ ନିମକ ସଚ୍ଚା ପୋଷା କୁକୁର ନିଜ ମାଲିକର ଋଣ ସୁଝିବାକୁ ଯାଇ ସାପ ଘର ଭିତରକୁ ପଶିବାକୁ ନଦେଇ ଜୀବନ ଦେଇଦେଥିଲା । ନିମକ ସଚ୍ଚା କୁକୁର ମୃତୁରେ ସାରା ପାରିବାରରେ ଶୋକର ଛାୟା ଖେଳିଯାଇଛି । ପରେ କୁକୁର ଶବ ସତ୍କାର ପରିବାର ତରଫରୁ କରାଯାଇଥିଲା । ଏପଟେ ସପଟିକୁ ବଉଦା ବନଖଣ୍ଡି ଜଙ୍ଗଲରେ ଛାଡି ଦିଆଯାଇଥିଲା ।