ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଅନ୍ନକୁ ଲୋକପ୍ରିୟ ବନାଇବା ପାଇଁ ଦେଶବ୍ୟାପୀ ହେଉଥିବା ପ୍ରୟାସଗୁଡ଼ିକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆସାମ ସଚିବାଳୟରେ ମିଲେଟ କ୍ୟାଫେର ଉଦଘାଟନ ସଂକ୍ରାନ୍ତରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଉପରେ ନିଜ ମତ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି:
‘‘ଶ୍ରୀ ଅନ୍ନକୁ ଲୋକପ୍ରିୟ କରାଇବା ପାଇଁ ସାରା ଦେଶରେ ହେଉଥିବା ଏଭଳି ପ୍ରକାର ଉଦ୍ୟମଗୁଡ଼ିକୁ ଦେଖି ବହୁତ ଖୁସି ଅନୁଭବ କରୁଛି ।’’