ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍‌ ଘୋଷଣା

ମୁମ୍ବାଇ: ପୁଣି ଶୁଭିବ ସଲାମ ରକି ଭାଇ। ବଡ଼ ପରଦାକୁ ଫେରିବେ ରକି ଭାଇ। ଅପେକ୍ଷାର ଘଟିବ ଅନ୍ତ। ମୁହାଁ ମୁହିଁ ହେବେ ଅଧିରା ଓ ରକି। ଅସନ୍ତା ବର୍ଷ ଏପ୍ରିଲ ମାସରେ ଦେଖିବାକୁ ମିଳିବ ୟଶ ଓ ଅଧିରାଙ୍କ ଜୋରଦାର ଟକ୍କର।
ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍‌ ଘୋଷଣା ହୋଇଛି। ଏଥିସହ ସାମ୍ନାକୁ ଆସିଛି ଫିଲ୍ମର ନୂଆ ପୋଷ୍ଟର। ଏହି ପୋଷ୍ଟରକୁ ନିଜେ ରକି ଭାଇ ଓରଫ ଫିଲ୍ମର ଲିଡ୍‌ ଅଭିନେତା ୟଶ୍‌ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ଯେମିତି ପ୍ରତିଶ୍ରୁତି ଦିଆଯାଇଥିଲା, ସେମିତି ହିଁ ହେବ। ଆମେ ୧୪ ଏପ୍ରିଲ ୨୦୨୨ରେ ବଡ଼ ପରଦାକୁ ଆସିବୁ।’ ୟଶଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।