ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ପାଇଁ ଓଡ଼ିଶା ସରକାର ଏକ ପଦକ୍ଷେପ ସ୍ୱରୂପ ଶିକ୍ଷକମାନଙ୍କ ମାସିକ ଦରମାରେ ୪,୯୦୦ ଟଙ୍କାରେ ବୃଦ୍ଧି କରିଛି । ସରକାର ଶିକ୍ଷା ଯୋଜନାରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଲାଗି ମାସିକ ଦରମାରେ ବୃଦ୍ଧି କରିଛନ୍ତି।

ଏହି ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ଉଲେଖ କରିଛନ୍ତି କି, ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ)ଙ୍କ ଦରମା ୧୧,୦୦୦ ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି।ଏବଂ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଆଯାଇଛି ।