ବରଗଡ଼: ସମାଜ ସେବାରେ ସଂକଲ୍ପ ପରିବାର ର ରହିଥିବା କ୍ଷୁଦ୍ର ଅବଦାନକୁ ହୃଦୟଙ୍ଗମ କରି ଆଜି ସୋହେଲା ସ୍ଥିତ ସଂସ୍କୃତି ଭବନ ଠାରେ HOT NEWS 24 ର ପ୍ରଥମ ସ୍ଵନକ୍ଷେତ୍ର ଉତ୍ସବରେ ସଂକଲ୍ପ ପରିବାର କୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରା ଯାଇଥିଲା । ଏହି ଅବସରରେ ଓଡ଼ିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ କବିରତ୍ନ ଡା ହଳଧର ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ,କବି ସୁଶାନ୍ତ ମିଶ୍ର, ଅସିତ ସ୍ୱାଇଁ,କିରଣ କୁମାର ମିଶ୍ର,ସୁବ୍ରତ ପାଣି ତଥା ବହୁ ପ୍ରତିଭାର ଅଧିକାରୀ ସମ୍ପନ୍ନ ଆଇନଜୀବୀ ଆଶୁତୋଷ ରଥ ଯୋଗଦାନ କରିଥିଲେ । ସଂକଲ୍ପ ପରିବାର ତରଫରୁ ସଭାପତି ରୋହିତ ଜସ୍ୱାଲ, ଜି. ରମେଶ,ସୁରେନ ଭୋଇ, ହେମନ୍ତ ସାହୁ, ଶେଷଦେଵ ପଧାନ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ । ଏହି ସମ୍ମାନ ପତ୍ର ଆଗକୁ ସମାଜ ସେବା କ୍ଷେତ୍ରରେ ଆମକୁ ଆହୁରି ଦାୟିତ୍ୱବାନ କରିବା ସହିତ ଅନେକ ଉତ୍ସାହ ଯୋଗାଇ ଦେଵ ସଂକଲ୍ପ ପରିବାର କୁ “ସେବାଶ୍ରୀ ସମ୍ମାନ” ରେ ସମ୍ମାନିତ କରି ଆମର ମାନବୋଲ ସୁଦୃଡ଼ କରିବା ସହିତ ଉତ୍ସାହିତ କରିଥିବାରୁ HOT-NEWS 24 ତଥା ଶ୍ରୀ ଆଶୁତୋଷ ରଥ ଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।