ରାଜ୍ୟ କ୍ୟାବିନେଟରେ ୧୭ଟା ପ୍ରସ୍ତାବକୁ ଅନୁମୋଦନ

OdishaCabinet2022

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୭ଟା ପ୍ରସ୍ତାବକୁ ଅନୁମୋଦନ । କ୍ୟାବିନେଟ ନିଷ୍ପତ୍ତି ନେଇ ଅବଗତ କଲେ ସଂସଦୀୟ ମନ୍ତ୍ରୀ ନିରଂଜନ ପୂଜାରୀ । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି। ଖୋର୍ଦ୍ଧା ବରୁଣେଇ ଠାରେ ଏହି ଜମି ଯୋଗାଇ ଦିଆଯାଇଛି। ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି। ଖୋର୍ଦ୍ଧା ବରୁଣେଇ ଠାରେ ଏହି ଜମି ଯୋଗାଇ ଦିଆଯାଇଛି। ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
State Cabinet Odisha
IT ପଲିସି ୨୦୨୨କୁ କ୍ୟାବିନେଟ୍ ମୋହର। ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

#ପୁରୀରେ୧୩୫କୋଟିରେ_ଧର୍ମଶାଳା
CMO_Odisha
•ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ
•ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ମଂଜୁରୀ
•ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ହେବ ଧର୍ମଶାଳା ପ୍ରକଳ୍ପ
•୧୩୫ କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଧର୍ମଶାଳା
•ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ମିଳିଲା ଟେଣ୍ଡର, ୨୪ ମାସରେ କାମ ସରିବ

ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ୍‌ରେ ପାଠ ପଢ଼ା ହେବ । ସେହି ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ବିଜ୍ଞପ୍ତି ଅନୁସାରେ ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ୧୦୦% ସିଲାବସ୍ ପଢ଼ିବେ । ହେଲେ ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ । କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।

୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର । ୪ ଜିଲ୍ଲା ବଲାଙ୍ଗିର, କଳାହାଣୀଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଲାଗୁ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି।
CMO_Odisha
ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ’ କାର୍ଯ୍ୟକାରୀ କରୁଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ଋଷିକୁଲ୍ୟା ନଦୀରେ ଗଞ୍ଜାମର ବରଦା ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ପାଇଁ #OdishaCabinet ରେ ୧୪୯.୬୦ କୋଟି ପ୍ରକଳ୍ପ କାର୍ଯ୍ୟ ଅନୁମୋଦିତ ହୋଇଛି।