ଭୁବନେଶ୍ୱର,(ଏସ୍ ନ୍ୟୁଜ): ଅଗଷ୍ଟ ମାସ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧ ତାରିଖରୁ ସନ୍ଧ୍ୟା ୫ ପରିବର୍ତ୍ତେ ଏଣିକି ରାତି ୮ଟା ଯାଏଁ ଖୋଲିପାରିବ ଦୋକାନବଜାର । ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ସେହିପରି କେବଳ ଭୁବନେଶ୍ୱର, କଟକ ଏବଂ ପୁରୀ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ୍ ।
ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । କେତୋଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ସମ୍ପୂର୍ଣ୍ଣ ଅନଲକ୍ କରିନାହାନ୍ତି ସରକାର । ତେବେ ପୂର୍ବରୁ ମଲ୍ ଗୁଡିକ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ କଟକଣା ସହ ଖୋଲିପାରିବ ରାଜ୍ୟର ସମସ୍ତ ମଲ୍ । ସେହିପରି ସିନେମା ହଲ୍, ଥିଏଟର ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ଏହି ନୂଆ ନିୟମ ବଳବତ୍ତର ରହିବ ।
ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବ ନାହିଁ । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର୍ଯ୍ୟଟକ, ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ ।
ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଦୋକାନ ଆଦି ଖୋଲିବା ନେଇ ଅନୁମତି ଦେଲେ ରାଜ୍ୟ ସରକାର । ଅଗଷ୍ଟ ଗାଇଡଲାଇନରେ ସପ୍ତାହିକ ହାଟ, ବଜାର ଖୋଲିବ, ଆହାର କେନ୍ଦ୍ର ଖୋଲା ରହିବ । ବନ୍ଦ ରହିଥିବା ସିନେମା ହଲ, ପ୍ରେକ୍ଷାଳୟ ଆଦି ମଧ୍ୟ ଖୋଲାଯି । କିନ୍ତୁ ହଲ, ପ୍ରେକ୍ଷାଳୟ ଆଦିରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ବୋଲି ଘୋଷମା କରିଛନ୍ତି ଏସଆରସି ।