ଭୁବନେଶ୍ୱର,(ଏସ୍ ନ୍ୟୁଜ): ଚଳିତ ବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ହୋଇଛି ୨୯ ପ୍ରତିଶତରୁ କମ୍ ମୌସୁମୀ ବର୍ଷା । କେବଳ ଅଗଷ୍ଟ ମାସରେ ୨୦୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨୦ ବର୍ଷରେ ଏହା ଷଷ୍ଠ ତମ ନିଅଣ୍ଟିଆ ବର୍ଷା।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଉତ୍ତର, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶଶର କେତେକ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଂଜ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେଭଳି ବର୍ଷା ହେବ ନାହିଁ ବୋଲି କୁହାଯାଇଛି ।