ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରି ଓ ଆଗକୁ ମଧ୍ୟ ଏହି ଶୀତ ଲହରୀ ଜାରିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପକ୍ଷରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ଶୀତ ଲହରି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ଆଉ କିଛି ଜିଲ୍ଲାରେ ଅଧିକ ଶୀତ ହେବ ବୋଲି ଆକଳନ ହୋଇଛି ।
ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ରେ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିନର ସର୍ବାଧିକ ତାପମାତ୍ରା ହାରାହାରି ୨୯ ଡିଗ୍ରୀ ରହୁଥିବାବେଳେ ଏହା କ୍ରମଶଃ ବଢ଼ବ । ଫେବ୍ରୁଆରି ୪ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ବଢିବ । ସେହିଭଳି ଉପକୂଳ ଓଡ଼ିଶାରେ କୁହୁଡି ବଢିପାରେ