ବାତ୍ୟା’ୟାସ୍’ର ଲ୍ୟାଣ୍ଡଫଲ ଆରମ୍ଭ,ଦିନ ୧ଟା ସୁଦ୍ଧା ସରିବ-SRC

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଏବେ ସ୍ଥଳ ଭାଗରେ ତାଣ୍ଡବ ରଚୁଛି। ଆହୁରି ନିକଟତର ହୋଇଛି।ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ । ବାତ୍ୟା ‘ୟାସ’ ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ। ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ କରିଛି।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ଦ୍ୱିପ୍ରହର ପର୍ଯ୍ୟନ୍ତ ବର୍ତ୍ତମାନ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିଥିଵାଵବେଳେ ବାଲେଶ୍ୱର ଜିଲ୍ଲା ପାର ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ । ବାଲେଶ୍ୱର ପରେ ବାତ୍ୟା ମୟୁରଭଞ୍ଜ ଯିବା ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବ । ଦିନ ୩ଟା ଯାଏଁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଭାବ ରହିବ । ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷ ଓ ପବନ ବଢିବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ଆଜି ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଉପରେ ଲ୍ୟାଣ୍ଡଫଲ୍ ର ପ୍ରଭାବ ବେଶୀ ରହିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ଏହା ଉପକୂଳ ଅତିକ୍ରମ କରିବ । ବାସୁଦେବପୁର ଓ ବାହାନାଗା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଦିନ ୩ଟା ପର୍ଯ୍ୟନ୍ତ ଏହି ଦୁଇଟି ଜିଲ୍ଲାରେ ବେଶୀ ପ୍ରଭାବ ରହିବ । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସେ ସୂଚନା ଦେଇଛନ୍ତି ।