ମନମହୁଛି ସେରେଣ୍ଡା ପଞ୍ଚାୟତ ଚାତମ୍ବା ସାହିରେ ପାରମ୍ପରିକ ରଜ ପର୍ବ

ପାରମ୍ପରିକ ରୀତିନୀତି ଅନୁସାରେ ଗତକାଲି ପାଣି ବୁହା ଏବଂ ଆଜି ପବିତ୍ର ରଜ ପର୍ବର …

କୋଟି ଓଡିଆଙ୍କ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ଭାବେ ପରିଚିତ ରଜ ପର୍ବ , କରୋନା ମହାମାରୀ ପାଇଁ ୨ବର୍ଷ କାଳ ଫିକା ପଡ଼ିଯାଇଥିଲା । ମହାମାରୀ ର କରାଳ କାଳରେ ସମସ୍ତଙ୍କ ମୁହଁରେ ହସ ଖୁସି ଆନନ୍ଦ ଉଭେଇ ଯାଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ କୃପାରୁ ଚଳିତ ବର୍ଷ ପ୍ରାୟ ସମସ୍ତଙ୍କ ମୁହଁରେ ହସ ଫୁଟିଥିବା ଦେଖିବାକୁ ମିଳିଛି । ପାରମ୍ପରିକ ରୀତିନୀତି ଅନୁସାରେ ଗତକାଲି ପାଣି ବୁହା ଏବଂ ଆଜି ପବିତ୍ର ରଜ ପର୍ବର ପହିଲି ରଜ । ଗାଁ ଗଣ୍ଡା, ପୁରପଲ୍ଲୀ ମାନଙ୍କରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାରର ଦୋଳି ସହ ପ୍ରତ୍ୟେକ ଘରମାନଙ୍କରେ ପିଠା, ମିଠା, ଛେନାପୋଡ଼, ରଜପାନ ଇତ୍ୟାଦି ଇତ୍ୟାଦି ।

ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲା ପ୍ରତିନିଧି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ସେରେଣ୍ଡା ପଞ୍ଚାୟତ ଅଧୀନ ଚାତମ୍ବା ସାହି ଗାଁରେ ପହଞ୍ଚି ସେଠାରେ ପାଳନ ହେଉଥିବା ପାରମ୍ପରିକ ରଜ ପର୍ବର କିଛି କଥା ଚିତ୍ରକୁ କ୍ୟାମେରା ରେ କଏଦ୍ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପହିଲି ରଜ ପର୍ବ ର ଶୁଭ ଉଦ୍ଧଘାତନ କରିଥିଲେ ଶ୍ରୀଯୁକ୍ତ ଜନା ର୍ଦ୍ଧନ ସିଦୁ ଓ ସେରେଣ୍ଡା ସମିତି ସଭ୍ୟ ଶଙ୍କର ଚାତମ୍ବା କରିଥିଲେ ନିମନ୍ତ୍ରିତ ଅତିଥିଙ୍କ ସହ ଅନେକ ଭଦ୍ରବ୍ୟକ୍ତି, ବୁଦ୍ଧିଜୀବି ଏବଂ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । କୁନି କୁନି ଝିଅଙ୍କ ଠାରୁ ଆରମ୍ଭ କରି ଯୁବତୀ ଓ ବିବାହିତ ମହିଳାମାନେ ଦୋଳି ଖେଳର ଭରପୁର ମଜା ନେଇଥିଲେ ।

ଗାଁ ଯୁବସଂଘ ୟଙ୍ଗ ମାର୍ଶ ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବଟି ୩ଦିନ ଧରି ବଡ଼ ଧୁମଧାମରେ ପାଳନ ହେବା ସହ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଓ ଆଧୁନିକ କାର୍ଯ୍ୟକ୍ରମ ମାଧ୍ୟମରେ ମନରଞ୍ଜନ ହେବା ନେଇ ରଜ ପର୍ବ କମିଟି ପକ୍ଷରୁ ସୁଚନା ମିଳିଛି । କରୋନା ମହାମାରୀ ପରେ ଚଳିତ ବର୍ଷର ରଜ ପର୍ବଟି ପ୍ରକୃତ ଖୁସି ଦେଇପାରିଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ