ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ  ଆମପାଣି ଘାଟିରେ ପୁଣି ଆଉ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଏକ ପେଟ୍ରୋଲ ଡିଜେଲ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ଆଉ ଥରେ ଶୁକ୍ରବାର ରାତିରେ ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି ।
ସୂଚନା ଅନୁଯାୟୀ ଟ୍ରକଟି ଉମରକୋଟ ରୁ କଟକ କୁ ମକା ନେଇ ଯାଉଥିବା ସମୟରେ ଜାତୀୟ ରାଜ ପଥ ୨୬ ଆମପାଣି ଘାଟି ଏକ ବୁଲାଣିରେ ଶୁକ୍ରବାର ରାତିରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଘଟଣା ସ୍ଥଳରେ ଆମପାଣି ପୁଲିସ ପହଁଞ୍ଚି ତଦନ୍ତ କରୁଥିବା ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।