ଭୁବନେଶ୍ୱର,(ଏସ୍ ନ୍ୟୁଜ): ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ଆଡ୍ମିଶନ୍ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଆଡ୍ମିଶନ୍ ଫି’କୁ ବୃଦ୍ଧି କରାଯାଇ ନାହିଁ। ସେଲ୍ଫ୍ ଫାଇନାନ୍ସ କୋର୍ସରେ ମଧ୍ୟ ଫି’ ବଢ଼ା ଯାଇ ନାହିଁ।.
ଏହା ସହିତ ଏଥର ଯୁକ୍ତ ଦୁଇରେ ସିଟ୍ ସଂଖ୍ୟା ବଢ଼ା ଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜ୍ଞାନରେ ୨୫ ହଜାର ସିଟ୍ ବଢ଼ାଇବାକୁ ଆବେଦନ ହୋଇଥିଲା। କିନ୍ତୁ ୧୩ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ ହୋଇଥିବା ବେଳେ ୩୯୦୦ଟି ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ସେହିପରି କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା। କିନ୍ତୁ ୩୮ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି।
Next Post