ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବେ ଦୁଇ ଦଳ

ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା…

କଟକ : ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବେ। ଦୁଇ ଦଳର ଖେଳାଳି ଭୁବନେଶ୍ବରର ମେ ଫେୟାର ହୋଟେଲରେ ଅବସ୍ଥାନ କରିବେ। ଖେଳାଳିଙ୍କୁ ବିଜୁ ପଟ୍ଟନ‌ାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହୋଟେଲକୁ ଆଣିବା ଲାଗି ସ୍ବତନ୍ତ୍ର ଦୁଇଟି ଭଲ୍‌ବ ବସର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଖେଳାଳିଙ୍କ ଆଗମନ ଲାଗି କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ସହ ହୋଟେଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦରରୁ ହୋଟେଲ ମେ ଫେୟାରକୁ ଖେଳାଳିମାନେ ଯେଭଳି ସୁରକ୍ଷିତ ଭାବେ ପହଞ୍ଚିବେ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ଗୁରୁବାର ରିହର୍‌ସାଲ କରାଯାଇଥିଲା।