ଭୁବନେଶ୍ୱର (ଏସ୍ ନ୍ୟୁଜ): ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସିବେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସବୁଜ ସଙ୍କେତ ମିଳିଛି ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ ମଧ୍ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ପ୍ରାୟ ୧୮୦ ଜଣ ପିଏଚ୍ ଡି ଏବଂ ଡିଲିଇଟି ଭଳି ବିଭିନ୍ନ ଉପାଧି ପ୍ରଦାନ କରାଯିବ ।