ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ

ଗଜପତି: ବର୍ତ୍ତମାନ ରାଜ୍ୟରେ ଦୁର୍ନିତୀ ଖୋର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଦିଲାନ୍ସ ଜାଲରେ ଛନ୍ତି ହୋଇଯାଉଛନ୍ତି । କିଏ ଲାଞ୍ଚ ନେଇ ଏହି ଫାଶରେ ପଡୁଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ପାଇଁ ଏହି ଭିଜିଲାନ୍ସ ପଞ୍ଝାରେ ପଡିଯାଉଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସେହିପରୀ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ସହକାରୀ ଯନ୍ତ୍ରୀ ଏହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି । ତେବେ ବ୍ରହ୍ମପୁର ଏବଂ ଗଜପତି ସମେତ ୪ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି ।