ଶ୍ରୀମନ୍ଦିର ରୋଷ ଘରେ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ରୋଷେଇ ଘର ଭିତରେ ଦୁର୍ବୃତ୍ତମାନେ କେତେ ଗୁଡାଏ ଚୁଲା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ପାରମ୍ପାରିକ ରୀତିନୀତି ସମାପ୍ତ ହେବା ପରେ କୌଣସି ଏକ ବିବାଦକୁ ନେଇ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିରରେ ଥିବା ରୋଷ ଘର ଭିତରେ ପଶି ଚୁଲାକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସେିହପରି ଏହି ଘଟଣା ପରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଯେ କୋଥାଭୋଗା, ସତ୍ୟପୁରୀ ଏବଂ ଥାଲିଆଡା ଚୁଲାକୁ ଭଙ୍ଗାରୁଜା କରାଯାଇଛି । ତେବେ ଚୁଲାଗୁଡିକ କିପରି କ୍ଷତିଗ୍ରସ୍ତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣା ପରେ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରର ରୋଷ ଘର ହେଉଛି ବିଶ୍ୱର ସବୁଠାରୁ ବଡ ରୋଷେଇ ଘର । ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇ ଦେବତାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଭୋଗ ପ୍ରସ୍ତୁତ ପାଇଁ ରୋଷେଇ ଘରେ ଅନେକ ପ୍ରକାରର ଚୁଲି ବ୍ୟବହାର କରାଯାଏ ।