ଆଠଗଡ଼: ମହାନଦୀକୁ ଡେଇଁ ଯୁବକ ନିଖୋଜ । ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଯୁବକ ଜଣକ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଜଣାପଡିଛି । ଯୁବକଙ୍କ ଡିଏଲ ଓ ପ୍ୟାନ୍ କାର୍ଡ ଗାଡ଼ିରୁ ମିଳିବା ପରେ ଖୋଳତାଡ ଜାରି ରହିଛି । ତେବେ ଆଜି ସକାଳ ପ୍ରାୟ ୮ଟା ବେଳେ ଜଣେ ଯୁବକ ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ। ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍ ସେ ପାଣିକୁ ଡେଇଁପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ହେଲେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। କ’ଣ ପାଇଁ ଯୁବକଜଣକ ଏପରି ଚରମ ପଦକ୍ଷେପ ନେଲେ ତାହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Prev Post