ହୋଲି ରଙ୍ଗ ଖେଳିବାକୁ ନେଇ ଏକ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିଲା

କଟକ: ଶନିବାର ଦିନ ଓଡ଼ିଶାର କଟକର ଜଗତପୁରରେ ହୋଲି ପର୍ବରେ ରଙ୍ଗ ଖେଳିବାକୁ ନେଇ ଦୁଇ ସାହିର ଲୋକଙ୍କ ମଧ୍ୟରେ ଏକ ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ଝଗଡ଼ା ସମୟରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, କଟକର ଜଗତପୁର ଅଞ୍ଚଳରେ ଦୁଇଟି ସାହିର କିଛି ଲୋକ ରଙ୍ଗ ଖେଳିବାକୁ ନେଇ ଯୁକ୍ତିତର୍କ ଆରମ୍ଭ କରିଥିଲେ । କିଛି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ସାହିର ସଦସ୍ୟମାନେ ପରସ୍ପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହି ପଥର ମାଡ଼ରେ ଜଣେ ଆହତ ହୋଇଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସଂଘର୍ଷ କରୁଥିବା ଲୋକଙ୍କୁ ଶାନ୍ତ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିକିକୁ ନିଅନ୍ତ୍ରଣ କରିଥିଲା ।