ତୃତୀୟ ଲହର ପାଇଁ ଚାଲିଛି ପ୍ରସ୍ତୁତ: ବିଭିନ୍ନ ହସ୍ପିଟାଲରେ ଶିଶୁଙ୍କ ପାଇଁ ହେବ ୩ ହଜାର ବେଡ୍

 ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବାବେଳେ ଏବେ ତୃତୀୟ ଲହରକୁ ନେଇ ଲୋକେ ଆତଙ୍କିତ ହୋଇପଡିଲେଣି । ସମ୍ଭାବ୍ୟ କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେନ୍ଦ୍ରସରକାରଙ୍କ ହିସାବ ଅନୁସାରେ ଠିକ ସମୟରେ ଶିଶୁଙ୍କ ପାଇଁ ୬ ଶହ ବେଡର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାର ୩ ହଜାର ବେଡ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨ ଶହରୁ ୨୫୦ ଆଇସିୟୁ ବେଡ ହେବ । ସେହିପରି ୩ ହଜାର ବେଡ୍ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ ହସ୍ପିଟାଲ, ସରକାରୀ ହସ୍ପିଟାଲ, ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରହିବ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କେନ୍ଦ୍ରର ଆକଳନ ଅନୁସାରେ ୈନିକ ସଂକ୍ରମଣ ୧୦ ହଜାର ପିକରେ ରହିବ ଏବଂ ଶିଶୁଙ୍କ ପାଇଁ ୬ ଶହ ବେଡର ଆବଶ୍ୟକତା ରହିଛି । ରାଜ୍ୟରେ ପିକ ସମୟରେ ୧୦ରୁ ୧୨ ହଜାର ସଂକ୍ରମଣ ହୋଇଥିଲା । ତେବେ ଆକଳନ ଅନୁସାରେ ତୃତୀୟ ଲହର ସମୟରେ ଯଦି ସେମିତି ସଂକ୍ରମଣ ହୁଏ ତେବେ ଶିଶୁଙ୍କ ପାଇଁ ୬ ଶହ ବେଡ୍ ଦରକାର ପଡିବ । ମାତ୍ର ରାଜ୍ୟ ସରକାର ୩ ହଜାର ବେଡ ବ୍ୟବସ୍ଥା କରୁଛନ୍ତି । ସେହିପରି ରାଜ୍ୟରେ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ ଅଛି । ଅନ୍ୟପଟେ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆରଟିପିିସିଆର ଟେଷ୍ଟ ବ୍ୟବସ୍ଥା କରାଯିବ । ସେହିପରି ରାଜ୍ୟରେ ଭିତିଭୂମି, ଟ୍ରେନିଂ ଓ ଆବଶ୍ୟକୀୟ ଉପକରଣ ସବୁ ଠିକ ଅଛି । ପିଲାମାନଙ୍କ ସ୍ୱତନ୍ତ୍ର ଚିକିସôା ପାଇଁ ୩୦ କୋଟି ଟଙ୍କାର ୩୬ଟି ଉପକରଣ, ୩୦ ପ୍ରକାର ଔଷଧ ତାଲିକା ପ୍ରସ୍ତୁତ ହୋଇ କିଣିବା ଆରମ୍ଭ କରିଛନ୍ତି ସରକାର ।YOU MIGHT ALSO LIKE