ମାର୍ଚ୍ଚ ମାସରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ୨୨ ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଲଗାତାର ଚାରି ଦିନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଗ୍ରାହକମାନଙ୍କୁ ଯଥାଶୀଘ୍ର ସେମାନଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାମ ସାରିବାକୁ ପରାମର୍ଶ ଦିଆଯାଇଛି ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ସେମାନଙ୍କର ଦାବି ପୂରଣ ନ ହେବା ନେଇ ୨୪ ଏବଂ ୨୫ ମାର୍ଚ୍ଚରେ ଧର୍ମଘଟ ଡାକରା ଦେଇଛି । ୨୨ ଏବଂ ୨୩ ମାର୍ଚ୍ଚ ଶନିବାର ଏବଂ ରବିବାର ସରକାରୀ ବ୍ୟାଙ୍କ ଛୁଟି ।