ଏଥର ଆଗୁଆ ଆସୁଛି ମୌସୁମୀ

ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍‌ଡିର ସୂଚନା ମୁତାବକ, ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍‌ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ । ତା’ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଏହା ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ ।