ଦୁଇ କୋଟି ଟଙ୍କାର ବ୍ରାଉନ ସୁଗର ଜବତ ସହ ୩ ନିଶା ବେପାରୀ ଗିରଫ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଏସଟିଏଫକୁ ମିଳିଛି ପୁଣି ବଡସଫଳତା । ରାଜ୍ୟରେ ନିଶା କାରବାର ବ୍ୟବସାୟ ଥମିବାର ନାଁ ଧରୁନଥିବାବେଳେ ୩ ବ୍ୟବସାୟକୁ ଏସଟିଏଫ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଛି । ଗିରଫ ନିଶା ବେପାରୀମାନେ ହେଲେ ସେମାନେ ହେଲେ ଜଳେଶ୍ୱର ଥାନା ଅଂଳର ମମତାଜ ଖାନ୍, ଜଗତସିଂହପୁର ଜିଲ୍ଲା ଅରଣା ଅଂଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଂଳର ପ୍ରଦୀପ କୁମାର ଦାସ । ଯାହାର ଅନୁମାନିକ ମୂଲ୍ୟ ୨କୋଟି ଟଙ୍କା ହେବ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଉଲ୍ଲେଖ୍ୟ ଯୋଗ୍ୟ ଯେ, ଗତ କିଛିଦିନ ହେଲା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ କିଛି ମାଫିଆ ନିଶା କାରବାର କରୁଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ଏସଟିଏଫ ଗୁଇନ୍ଦା ସୂଚନାକୁ ଆଧାର କରି ସେମାନଙ୍କ ଉପରେ ନଜର ରଖିଥିଲା । ତେବେ ଗତକାଲି ଅର୍ଥାତ ଅଗଷ୍ଟ ୧୫ ତାରିଖ ଦିନ ବିପୁଳ ପରିମାଣର ନିଶା କାରବାର କରିବାକୁ ନିଶା ମାଫିଆମାନେ ଡିଲ କରୁଥିବା ସୂଚନା ମିଳିଥିଲା । ପରେ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ୱର ମାର୍କେଟରେ ଚଢାଉ କରିଥିଲା । ଚଢାଉ ବେଳେ ଅଭିଯୁକ୍ତମାନଙ୍କ ଠାରୁ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିଲା । ଏଥିସହିତ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ପଚରାଉଚରା କରାଯାଉଛି । ଏସଟିଏଫର ଏହି ସ୍ୱତନ୍ତ୍ର ଅଭିଯାନରେ ୨୦୨୦ରୁ ବର୍ତମାନ ପର୍ଯ୍ୟନ୍ତ ୩୮ କଲୋ ବ୍ରାଉନ୍ ସୁଗର/ହେରୋଇନ୍ ଓ ୮୪ କ୍ୱିଂଟାଲ ୨୮ କିଲୋ ଗଞ୍ଜେଇ ଜବତ କରିଛି । ଏହା ସହିତ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରାଯାଇଛି ।