ତାଣ୍ଡବ ରଚିବ ବର୍ଷା: ୟେଲୋ ଓ୍ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିବା ରିପୋର୍ଟ ଆସିଛି। କୋରାପୁଟ, ବରଗଡ଼ ଓ ସୁବର୍ଣ୍ଣପୁର ରାଜ୍ୟର ଏହି ୩ ଜିଲ୍ଲାରୁ ଆସିଛି ପ୍ରବଳ ବର୍ଷାର ରେକର୍ଡ।

କେଉଁଠି ପବନ ସାଙ୍ଗକୁ କୁଆପଥର ମାଡ଼ ତ ଆଉ କେଉଁଠି ନିର୍ଧୁମ ଛେଚିଛି ବର୍ଷା। ଅପରାହ୍ନରେ ହଠାତ୍ ବର୍ଷା ତାଣ୍ଡବ ରଚିଥିଲା। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୨ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ। କାଲି ଓ ୨୫ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ଆସନ୍ତା ୨୪ ତାରିଖ ସକାଳ ଯାଏଁ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୨୫ ତାରିଖ ସକାଳ ଯାଏଁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଏହି ସବୁ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।