ରାଜଧାନୀରରେ ବାଘଛାଲ ରାକେଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଧାନୀରରେ ଚାଲିଛି ବେଧଡକ ବାଘଛାଲ ବେପାର ।ଆଜି କ୍ରାଇମବ୍ରାଞ୍ଚର STF ଟିମ୍‌ ରାଜଧାନୀରୁ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ହେଉଛି ପ୍ରଶାନ୍ତ ନାଏକ। ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।

ଏଠାରେ ସୂଚନାଥାଉକି, ରାଜଧାନୀରେ ବାଘ ଛାଲ ବିକ୍ରି ପାଇ ଯୋଜନା କରାଯାଉଥିବା ବେଳେ ଖବର ପାଇ ଭୁବନେଶ୍ୱର ପୋଲିସ ଚଢାଉ କରିଥିଲା । କ୍ରାଇମବ୍ରାଞ୍ଚର STF ଟିମ ବରମୁଣ୍ଡାର ଏକ ଅଞ୍ଚଳରେ ଚଢାଉ କରି ବାଘଛାଲ ସହ ଜଣଙ୍କୁ ଗିରଫ କରିଥିବା ସୂଚନା ରାହିଛି । ଗିରଫ ବ୍ୟକ୍ତି ଜଣଙ୍କ କିପରି ଭୁବେନେଶ୍ୱରେ ଏପରି କାରବାର କରୁଥିଲେ, ଏବଂ ତାଙ୍କ ସହିତ ଆଉ କିଏ କିଏ ଜଡିତ ଅଛନ୍ତି ସେନେଇ ଖୋଳତାଡ଼ ‌ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ‌ । ଧରାପଡ଼ିଥିବା ଅଭିଯୁକ୍ତ ଜଣକ ବେପାରୀ ନା ଶିକାରୀ ନା ଜଣେ ଏଜେଣ୍ଟ ସେ ନେଇ ତଦନ୍ତ ଚାଲିଛି ।