ଭୁବନେଶ୍ୱର(ଏସ୍ ନ୍ୟୁଜ): ବଡ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଶୁକ୍ରବାର ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ. ଶାସନ ସଚିବ ବା ଏସିଏସ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି।
ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ୮୦୦୦ରୁ ଅଧିକ ପଜିଟିଭ୍ କେସ୍ ବାହାରିଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ କମବେଶୀ ମଧ୍ୟ ହେଉଛି । ବିପଦ ରହିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ଓ ବ୍ୟବସାୟୀକ ପ୍ରତିଷ୍ଠାନ ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ।
ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି । ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଏଠାରେ ୧୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତା ବଢାଇଦେଇଛି । ଏସବୁକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।