ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୧୩ ଦିନିଆ ବିଦେଶ ଗସ୍ତ
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ ତାରିଖ ଅପରାହ୍ନ ୩.୨୫ରେ ରୋମରୁ ଦୁବାଇ ଫେରିବେ
ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶନିବାର ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରୁ ୨୦ ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ (ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ରେ ଓଡ଼ିଶାର ସଫଳତା କାହାଣୀ ସଂକ୍ରାନ୍ତୀୟ ଏକ କାର୍ଯ୍ୟକ୍ରମରେ ଭାଗ ନେବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ ତାରିଖ ଅପରାହ୍ନ ୩.୨୫ରେ ରୋମରୁ ଦୁବାଇ ଫେରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ (ଇନଭେଷ୍ଟର୍ସ ମିଟ୍)ରେ ଯୋଗ ଦେବେ। ୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି