ଆଜି ରାଜ୍ୟରୁ ୬ ଜଣଙ୍କର କରୋନା ମୁର୍ତ୍ୟୁ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଛି । ସମ୍ବଲପୁରରୁ ୨ ଜଣ, ନୟାଗଡ଼, କଟକ, ବୌଦ୍ଧ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆଜି ରାଜ୍ୟରୁ ୬ ଜଣଙ୍କର