ଆଜି ରାଉରକେଲା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା(ଏସ୍ ନ୍ୟୁଜ‌): ଆଜି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତରେ ଯିବେ। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‌ର ଭିତ୍ତି ପକାଇବା ସହ ପ୍ରାୟ ୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ମଞ୍ଚ ପ୍ରସ୍ତୁତ ହୋଇଛି।

ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଦିନ ୧୧ଟା ୨୦ରେ ରାଉରକେଲାରେ ପହଞ୍ଚିବେ । ପରେ ୧୧ଟା ୩୦ରେ ସଭାସ୍ଥଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସଭାସ୍ଥଳରେ ଡିଜିଟାଲ୍ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ । ମଧ୍ୟାହ୍ନ ୧୨ଟା ୩୫ରେ ମୁଖ୍ୟମନ୍ତ୍ରୀ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଉରକେଲାରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍ ।  ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ ଓ ଦଳର ବରିଷ୍ଠ ନେତା । ବ୍ଲକରେ ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପଂଚାୟତସ୍ତରରେ ବିଧାୟକ ଓ  ନେତାମାନେ ତଦାରଖ କରୁଛନ୍ତି । ଅଧିକାଂଶ ପଂଚାୟତରେ LEDର ବ୍ୟବସ୍ଥା ମଧ୍ୟ କରାଯାଉଛି ।