ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫ ଟି ଜିଲ୍ଲାରୁ ୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସମ୍ବଲପୁରରୁ ସର୍ବାଧିକ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ବାଲେଶ୍ୱର ୭,ବରଗଡ଼ ୧ ,ଭଦ୍ରକ ୧,କଟକ ୩,ଦେଓଗଡ଼ ୧, ଢେଙ୍କାନାଳ ୧,ଯାଜପୁର ୫,ଝାରସୁଗୁଡା ୨,ଖୋର୍ଦ୍ଧା ୬,ମୟୁରଭଞ୍ଜ ୩, ପୁରୀ ୨ ,ରାୟଗଡା ୨,ସମ୍ବଲପୁର ୧୦,ସୋନପୁର ୧,ସୁନ୍ଦରଗଡ ୭,ଷ୍ଟେଟପୁଲ ରୁ ୨ ଚିହ୍ନଟ ହୋଇଛନ୍ତି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୭୪ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୦୨ ରହିଥିବା ବେଳେ ୮୦୨ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Prev Post