ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପନୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଆମ ଦେଶର ଅତୁଳନୀୟ କଳାତ୍ମକ ଐତିହ୍ୟର ପ୍ରମାଣ, ଯାହା ଶତାଦ୍ଦୀ ଶତାଦ୍ଦୀର ପରମ୍ପରା, କୌଶଳ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥାଏ । ହସ୍ତଶିଳ୍ପ ଓ ହସ୍ତତନ୍ତର ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ୧୯ତମ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି ।

ଭାରତର ବିଭିନ୍ନ ଅଞ୍ଚଳର ନିଜସ୍ୱ ସ୍ୱତନ୍ତ୍ର କାରିଗରୀ ରହିଛି । ଏହି କାରିଗରୀ କେବଳ ଉତ୍ପାଦ ନୁହେଁ, ଏଗୁଡ଼ିକ ଇତିହାସ, ଭକ୍ତି ଏବଂ ମୌଳିକତା ସହିତ ଜଡ଼ିତ । ତୋଷାଳୀ ମେଳା ପରମ୍ପରା, ନବସୃଜନ ଏବଂ କାରିଗରୀର ମଞ୍ଚ ପାଲଟିଛି ଏବଂ ଦେଶର ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟର ସର୍ବୋତ୍ତମ ଗରିମା ପ୍ରଦର୍ଶନ ପାଇଁ ୨୧ ଟି ରାଜ୍ୟର କାରିଗର ଏବଂ ବୁଣାକାର ଏକତ୍ରିତ ହେବା ଖୁସି ଓ ଗର୍ବର କଥା ବୋଲି ଏହି ଅବସରରେ ରାଜ୍ୟପାଳ କହିଛନ୍ତି ।
ଆମର କଳା ପରଂପରାକୁ ସୁରକ୍ଷା ଦେବାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ହସ୍ତତନ୍ତ ଓ ହସ୍ତଶିଳ୍ପର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ କରିଛନ୍ତି ।

 

05:8 AM