ଡରାଉଛି ବନ୍ୟା, ହୀରାକୁଦରେ ୪୬ ଗେଟ ଖୋଲିଲା

ସମ୍ବଲପୁର(ଏସ୍ ନ୍ୟୁଜ): ଆଜି ହୀରାକୁଦ ଡ୍ୟାମର ଆଉ ୬ଟି ସ୍ଲୁଇଶ ଗେଟ ଖୋଲାଯାଇଛି। ଏବେ ମୋଟ ୪୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବଢ଼ି ପାଣି ପ୍ରଭାବରେ ମହାନଦୀର ତଳ ମୁଣ୍ଡ ଜଳମଗ୍ନ ହୋଇଛି।

ବର୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୮ ଲକ୍ଷ ୯୯ ହଜାର ୭୮୬ କ୍ୟୁସେକ ଜଳ ପ୍ରବେଶ ପ୍ରବେଶ କରୁଛି ଏବଂ ସେକେଣ୍ଡ ପିଛା ୭ ଲକ୍ଷ ୨୮ ହଜାର ୨୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ପାଖାପାଖି ୬୨୭ ଫୁଟ୍ ରହିଛି।

ଅନ୍ୟପଟେ ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଅତିରିକ୍ତ ବନ୍ୟାଜଳ ମୁଣ୍ଡଳୀ ଛୁଇଁବ। ଏବେ ମୁଣ୍ଡଳୀରେ ୯ଲକ୍ଷ ୨୫ ହଜାର ୯୪୩ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆସନ୍ତା କାଲି ସକାଳେ ୧୦ ଲକ୍ଷ କ୍ୟୁସେକ ରୁ ଅଧିକା ଜଳ ପ୍ରବାହିତ ହେବ। ଏହା ପ୍ରଭାବରେ କଟକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ବନ୍ୟା ସୃଷ୍ଟି ହେବ।