ତାତିରୁ ମିଳିବ ତ୍ରାହି: ଆସୁଛି ବଡ଼ ବର୍ଷା

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସିବାର ସମ୍ଭାବନା ରହିଛି…..

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ମାତ୍ର ଏବେ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଆଜିଠାରୁ ରାଜ୍ୟରେ ବଡ ବର୍ଷା ଆରମ୍ଭ ହୋଇଯିବ । ତେବେ ଘୂର୍ଣ୍ଣିବଳୟର ପ୍ରଭାବରେ ବର୍ଷା ଆରମ୍ଭ ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାକୁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।