ତାତିରୁ ମିଳିବ ତ୍ରାହି: ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର : ସାରା ରାଜ୍ୟ ତାତିରେ ଛଟପଟ ହେଉଛନ୍ତି । ଏହାରି ଭିତରେ ଏବେ ପାଗରେ ପରିବର୍ତ୍ତନ ଆସିପାରେ । ରାଜ୍ୟରେ ତାପମାତ୍ରା ହ୍ରାସ ହେବ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ରାୟଗଡା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଉତ୍ତର ଓଡିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।