ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ୱତନ୍ତ୍ର ରେଳ

ଭଦ୍ରକ: ମହାଳୟା ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ଇଣ୍ଡିଆନ୍‌ ରେଲୁୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ପକ୍ଷରୁ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କ୍ଷେତ୍ରୀୟ ପ୍ରବନ୍ଧକ ଡା. କ୍ରାନ୍ତି ପି. ସାବରକର ପ୍ରକାଶ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ତୀର୍ଥ ରେଳଯାତ୍ରୀ ଯାତ୍ରା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସିକନ୍ଦରାବାଦରୁ ବାହାରି ଓଡିଶାର ବ୍ରହ୍ମପୁର, ଖୋର୍ଦ୍ଧାରୋଡ, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର ଦେଇ ବାରାଣସୀ ଗସ୍ତ କରିବ । ଏହି ଟ୍ରେନ୍‌ ବାରାଣସୀ, ପ୍ରୟାଗରାଜ ଓ ଗୟା ଯିବ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଉଭୟ ଏସି ଓ ନନ୍‌ ଏସି ପ୍ୟାକେଜ କରାଯାଇଛି । ନନ୍‌ ଏସି ପାଇଁ ୬ ହଜାର ୬୨୦ ଟଙ୍କା ଓ ଏସି ପାଇଁ ୧୧ହଜାର ୩୦ ଟଙ୍କା ମୂଲ୍ୟ ରଖାଯାଇଛି । ଏଇ ଟଙ୍କାରେ ସେମାନଙ୍କର ରେଳଯାତ୍ରାଠାରୁ ଆରମ୍ଭ କରି ସେଠାରେ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁମାନେ ଏହି ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନେ ଅନଲାଇନ୍‌ କିମ୍ବା ଭଦ୍ରକ ରେଳ ଷ୍ଟସନରେ ଟିକଟ ବୁକିଂ କରିପାରିବେ ।