ଭୁବନେଶ୍ୱର,ତା.୦୬/୧୨:ଆଜି ଓଡିଶାବିଜେପିରରାଜ୍ୟକାର୍ଯ୍ୟାଳୟଠାରେଭାରତୀୟ ସମ୍ବିଧାନ ପ୍ରଣେତାଭାରତ ରତ୍ନ ଡକ୍ଟରବାବାସାହେବ ଭୀମରାଓ ଆମ୍ବେଦକରଙ୍କର ୬୬ତମ ମହାପ୍ରୟାଣ ଦିବସଶ୍ରାଦେ୍ଧାତ୍ସବରାଜ୍ୟ ଅନୁସୂଚୀତ ଜାତିମୋର୍ଚ୍ଚାରସଭାପତିଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ପ୍ରତିମୂର୍ତିରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ମାଲ୍ୟାର୍ପଣ କରି ଭକ୍ତିପୂତ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହି ସଭାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ରୂପରେ ମଂଚାସୀନ ଥିଲେ । ଏହିସଭାରେବିଜେପିରାଜ୍ୟସଭାପତିଡଃ. ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖରାଷ୍ଟ୍ରୀୟନେତା ଥିଲେଏବଂତାଙ୍କଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁତାଙ୍କ ଉଦ୍ୟମତାଙ୍କୁଚିରସ୍ମରଣୀୟକରିରଖିବବୋଲିକହିଥିଲେ । ଆମେ ସମସ୍ତେତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବାଉଚିତ୍ ।
ରାଜ୍ୟମୋର୍ଚ୍ଚାସଭାପତି ଶ୍ରୀ ତରାଇ ଅନୁସୂଚୀତ ଜାତିବର୍ଗ ନିଜକୁସଂଗଠିତକରିତୃଣମୂଳସ୍ତରକୁ ନିଜକୁସୁଦୃଢକରି ନିଜର ଅଧିକାରକୁ ସାବ୍ୟସ୍ତକରିବାକୁକହିଥିଲେ । ରାଜ୍ୟରେକ୍ରମଶଃ ଦଳିତମହିଳାମାନଙ୍କ ପ୍ରତିବଢୁଥିବା ଅତ୍ୟାଚାର ସମ୍ପର୍କରେଉଲ୍ଲେଖକରିବାସହିତ ଏ ଦିଗରେସମଗ୍ରରାଜ୍ୟଭ୍ରମଣକରି ପୀଡିତମାନଙ୍କୁ ନ୍ୟାୟ ଦେବାକୁମୋର୍ଚ୍ଚାସଂକଳ୍ପବଦ୍ଧ ବୋଲି ପ୍ରକାଶକରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ, ବିଧାୟକ ମୋହନ ମାଝୀ, ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ୍, ମୋହନ ଜେନା, ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବାବୁ ସିଂ, ଶୁଭ୍ରାଂଶୁ ପାଢୀ, କରେନ୍ଦ୍ର ମାଝି, ବାଇଧର ମଲ୍ଲିକ, ବସନ୍ତ ନାଏକ, ଡ. ରବି ବେହେରା, ନିରଞ୍ଜନ ମିଶ୍ର, କାଳୁ ଖଣ୍ଡାୟତ ରାୟ, କୃଷ୍ଣଚନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ଡ. କଳ୍ପନା ମଲ୍ଲିକଙ୍କ ସମେତ ବହୁ ନେତୃବୃନ୍ଦ ଡଃ. ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।