“ଆମ ସମ୍ବଳ’ ଅନୁଷ୍ଠାନ ପକ୍ଷରୁ ସୁର ସମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳ

କଟକ : ଭାରତ ରତ୍ନ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମୃତିରେ “ଆମ ସମ୍ବଳ’ ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସାହେବଜାଦା ବଜାର ସ୍ଥିତ ନଣ୍ଡା ଦେଉଳ ପରିସରରେ ଅନୁଷ୍ଠିତ ହୋଇଥିଲା । ଶାନ୍ତି କମିଟିର କୋଷାଧ୍ୟକ୍ଷ କେଦାର କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ସହିତ “ଆମ ସମ୍ବଳ’ ଅନୁଷ୍ଠାନ ନୂତନ କମିଟି ଆନୁଷ୍ଠାନିକ ଭାବେ ଗଠନ କରାଯାଇଥିଲା ।