କେନ୍ଦୁଝର, (ଏସ୍ ନ୍ୟୁଜ): ୪୯ନଂ ଜାତୀୟ ରାଜପଥର ଜୁଡ଼ିଆ ଘାଟିରୁ ଏକ ବିରାଟ ପଥର ଖସିପିଡ଼ିଥିବା ଜଣାପଡିଛି । ରାସ୍ତାରେ ଯାଉଥିବା ଏକ ଟ୍ରକରେ ପଥରଟି ପିଟି ହେବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ସାନଘାଗରା ଜଳପ୍ରପାତ ନିକଟସ୍ଥ ଜୁଡ଼ିଆ ଘାଟିର ପାହାଡ଼ ଉପରୁ ଏକ ବିରାଟକାୟ ପଥର ହଠାତ ଖସିପିଡ଼ିଥିଲା । ଏହି ସମୟରେ ୪୯ନଂ ଜାତୀୟ ରାଜପଥରେ କେନ୍ଦୁଝର ଆଡୁ ଏକ ଦଶଚକିଆ ଟ୍ରକ ଯାଉଥିଲା । ପାହାଡ଼ରୁ ଖସିଥିବା ପଥରଟି ଟ୍ରକ ହେଲ୍ପର ସାଇଡରେ ଜୋରରେ ବାଡେଇ ହୋଇଥିଲା । ଫଳରେ ଟ୍ରକଟି ଡିଭାଇଡ଼ର ଆଡ଼କୁ ଟାଣି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ହେବା ସହ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।