ପିକଅପ ଧକ୍କାରେ ୨ ବାଇକ ଆରୋହୀ ମୃତ
ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଉକ୍ତ ବାଇକକୁ ଧକ୍କା…
ବାରିପଦା : ରାଇରଙ୍ଗପୁର ୫୦ ନଂବର ରାଜ୍ୟ ରାଜପଥର ମଧୁପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମୃତକଦ୍ୱୟ ବିଶୋଇ ଥାନା ଜେଡେରଘୁଟୁ ଗ୍ରାମର ବୋଲି ଜଣାପଡିଛି । ସୂଚନାଥାଉକି, ଉକ୍ତ ୩ ଜଣ ରାସନ ଚାଉଳ ଆଣିବା ପାଇଁ ଏକ ବାଇକ ଯୋଗେ ନିଜ ଗାଁ’ରୁ ଲୁହାକାନି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ । ଏହି ସମୟରେ ବାଲେଶ୍ୱରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଉକ୍ତ ବାଇକକୁ ଧକ୍କା ଦେବା ପରେ ରାସ୍ତାରେ ଓଲଟି ପଡ଼ିଥିଲା ।
ଫଳରେ ୩ ବାଇକ ଆରୋହୀ ଗୁରୁତର ଆଘାତପ୍ରାପ୍ତ ହୋଇ ରାସ୍ତାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବିଶୋଇ ଦମକଳ କର୍ମଚାରୀ ଓ ପୁଲିସ ୩ ଜଣଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ବିଶୋଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ପିକଅପ୍ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି ।