ଓଡିଶା ପାଇଁ ଗୌରବ ଆଣିଲେ ଦୁଇ ଭାଇ

ଭୁବନେଶ୍ବର (ଏସ୍ ନ୍ଯୁଜ): ଇଚ୍ଛା, ଏକାଗ୍ରତା ଓ ଧର୍ଯ୍ୟ ଥିଲେ ମନିଷ କିଛି ବି ହାସଲ କରିପାରେ । ଏହି ବାକ୍ୟକୁ ସତ କରି ଦେଖାଇଛନ୍ତି କଣ୍ଟାବାଞ୍ଜିର  ଦୁଇଭାଇ । ବଡ଼ ଭାଇଙ୍କ ନାମ ରୌନକ ଓ ସାନ ଭାଇ ମନ୍ଥନ ଡାଲମିଆ । ଜେ.ଇ.ଇ ଆଡଭାନ୍ସ ଅଲ ଇଣ୍ଡିଆ ପରୀକ୍ଷାରେ ଟପ-୩ରେ ଦୁହେଁ ରହି ଇତିହାସ ରଚିଛନ୍ତି।

କଣ୍ଟାବାଞ୍ଜିର ଏହି ଦୁଇ ଭାଇ ରାଜ୍ୟ ପାଇଁ ଆଣିଛନ୍ତି  ଗୌରବ । ଅଲ ଇଣ୍ଡିଆ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କରେ ଥିବାବେଳେ ତାଙ୍କ ସାନ ଭାଇ ମନ୍ଥନ ଡାଲମିଆଙ୍କ ୧୦୦ ତମ ର‌୍ୟାଙ୍କ ହାସଲ କରିଛନ୍ତି। ଓଡିଶା ଦୃଷ୍ଟିରୁ ଦେଖିଲେ ରୋନକ ପ୍ରଥମେ ସ୍ଥାନରେ ଅଛନ୍ତି। ଆଉ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସାନ ଭାଇ  ମନ୍ଥନ ।
ଏବେ ଖୁସିର ଲହରୀ ଖେଳି ଯାଇଛି ଏହି ପରିବାରରେ। ଦୁହିଁଙ୍କ ପାଇଁ ପୂରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ରୌନକ ଏବଂ ମନ୍ଥନ କୌଣସି ଟ୍ୟୁସନ ନେଉ ନ ଥିଲେ କିମ୍ବା କୋଚିଂ ଜଏନ କରି ନ ଥିଲେ । ଏହା ସତ୍ତ୍ୱେ ସେମାନେ ପରିକ୍ଷାରେ ଭଲ ସ୍କୋର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। କୋରୋନା ପାଇଁ ସରକାର ଲକଡାଉନ ଘୋଷଣା କରିଥିଲେ । ଏଥି ଯୋଗୁ ସେମାନେ ଘରୁ ବାହାରୁ ନ ଥିଲେ । କେବଳ ବହିରେ ହିଁ ମନ ଦେଇଥିଲେ । ଏହା ହିଁ ତାଙ୍କ ସଫଳତା ପଛର କାରଣ ବୋଲି ଦୁଇ ଭାଇ କହିଛନ୍ତି ।
ଦୁଇ ଭାଇ ଛଡିଶଗଡ ରାୟପୁରରେ ପରୀକ୍ଷା ଦେଇଥିଲେ। ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ବେଳେ ଅନ୍ୟ ଜଣେ ଭାଇ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଇଚ୍ଛୁକ ଅଛନ୍ତି। ଦୁଇ ଭାଇଙ୍କ ଏହି ସଫଳତାକୁ ନେଇ କଂଟାବାଞ୍ଜି ସହରବାସୀ ବେଶ ଖୁସିଥିବା ବେଳେ ଆଗକୁ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ପୁର୍ବରୁ କଂଟାବାଞ୍ଜି ସହରରେ ୬ ଜଣ ସିଭିଲ ସର୍ଭିସରେ ଭଲ ର‌୍ୟାଙ୍କ ରଖି କଂଟାବାଞ୍ଜିର ସୁନାମ ଅର୍ଜନ କରିଥିଲେ।