ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ୨ଜଣ ଶିଶୁ, ସାଧାରଣ ଶଯ୍ୟାରେ ୧୩ ଶିଶୁ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): କରୋନାରେ ସଂକ୍ରମିତ ହୋଇ ୨ ଜଣ ଶିଶୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ କେତେ ବେଡ୍ ଉପଲବ୍ଧ ଅଛି ଓ ସେଥି ମଧ୍ୟରୁ କେତୋଟି ଭର୍ତ୍ତି ହୋଇଛି ସେନେଇ ପ୍ରତିଦିନ ସୂଚନା ଦେଉଛି ସ୍ୱାସ୍ଥ୍ୟ ବିଭାଗ । ତେବେ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସାରା ରାଜ୍ୟରେ ମୋଟ୍ ୨ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ସେହିପରି ୧୩ ଜଣ ଶିଶୁଙ୍କୁ ସାଧାରଣ ଶଯ୍ୟାରେ ରଖି ଚିିକିତ୍ସା କରାଯାଉଛି । ଏହାରି ଭିତରେ ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ତେଣୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଶୁମାନଙ୍କ ପାଇଁ ମୋଟ୍ ୬୭୪ଟି ଆଇସିୟୁ ବେଡ୍, ୧୭୯ ଭେଂଟିଲେଟର ଏବଂ ୧ ହଜାର ୫୮୫ ସାଧାରଣ ବେଡ୍ ପ୍ରସ୍ତୁତ ରଖାଯାଇଛି ।