ଉଇ ଫର ଭୁବନେଶ୍ୱର ଓ ଜଗନ୍ନାଥ ପ୍ରେମୀ ମାନଙ୍କ ପକ୍ଷରୁ ଇସ୍କନ ମନ୍ଦିର ରେ ଧାରଣା
ଉଇ ଫର ଭୁବନେଶ୍ୱର’ ଜଗନ୍ନାଥ ପ୍ରେମୀ ମାନଙ୍କ …
ଭୁବନେଶ୍ବର: ଉଇ ଫର ଭୁବନେଶ୍ୱର’ ଜଗନ୍ନାଥ ପ୍ରେମୀ ମାନଙ୍କ ପକ୍ଷରୁ ଇସ୍କନ ମନ୍ଦିର ରେ ଧାରଣା ,ଏହି ଆହ୍ୱାନ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ,ଇସ୍କନ କତୃପକ୍ଷ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରନ୍ତୁ ,ପୂଜ୍ୟ ଗଜପତି ମହାରାଜ ଙ୍କ ଅବମାନନା ସହ୍ୟ କରିପାରିବୁ ନାହିଁ ବୁଲି ଧାରଣା ରେ କୁହା ଯାଇଅଛି। ତାଙ୍କର ମୁଖ୍ୟ ଦାବୀ ଗୁଡ଼ିକ ହେଲା ୧-ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ବନ୍ଦ କରୁ* – ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ ନିର୍ଦ୍ଦିଷ୍ଟ ତିଥିରେ ହିଁ ନୀତି ହେବା ଦରକାର ୨- ସରକାର ଓ ମନ୍ଦିର ପ୍ରଶାସନ ଦୃଢ଼ ପଦକ୍ଷେପ ନିଅନ୍ତୁ, ୩-ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ର ଦାୟିତ୍ୱ ଆମ ସମସ୍ତଙ୍କର ଧର୍ମ ନାମରେ ବିଭେଦ ନୁହେଁ, ସନାତନ ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବାକୁ ଆହ୍ୱାନ ଦିଆଗଲାଆଜିର ଧାରଣା କାର୍ଯ୍ୟକ୍ରମରେ ଅମରେଶ ଜେନା ଓ ଆବାହକ ନରେନ ସାହୁ , ସମ୍ପାଦକ ଉମାନାଥ ମିଶ୍ର , ଯୁଗ୍ମ ସମ୍ପାଦକ ଡକ୍ଟର ନାରାୟଣ ମହାପାତ୍ର , ଉପଦେଷ୍ଟା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଛି, ଏହି ଧାରଣା ରେ ଭୁବନେଶ୍ୱର ଅଞ୍ଚଳ ର ବହୁ ଜଗନ୍ନାଥ ମନ୍ଦିର କର୍ମ କର୍ତ୍ତା ଓ ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇଥିଲେ ।